Latest Odisha News

BREAKING NEWS

ବୋଲେରୋରୁ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନଥିବା ବେଳେ ପୁଣି ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ସୋନପୁର ଜିଲ୍ଲା ସଦର ବ୍ଲକ ଶରଧାପାଲି ଛକରେ ପାଟ୍ରୋଲିଂ ଚାଲିବା ବେଳେ ଏକ ବୋଲେରୋରୁ ୩୦ କେଜି ଗଞ୍ଜେଇ ଧରିଲା ଅବକାରୀ ବିଭାଗ। ପାଟ୍ରୋଲିଂ ବେଳେ ବୋଲେରୋଟି ବାହାର ରାଜ୍ୟର ଥିବା ନେଇ ଅବକାରୀ ବିଭାଗ ଚେକିଂ ପାଇଁ ବୋଲେରୋକୁ ଅଟକାଇଥିଲା।

ଗଞ୍ଜେଇ ଜବତ ବୋଲେରୋରେ ୩୦ କେଜି ଗଞ୍ଜେଇ ପାଇବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅଭିଯୁକ୍ତମାନେ ହେଲେ ବିହାର ନୱାଡାର ସୋନି କୁମାର, ମୁକେଶ କୁମାରଙ୍କ ସହ ଝାରଖଣ୍ଡର ଅନିଲ ପାଣ୍ଡେ। ବୌଦ୍ଧ ଜିଲ୍ଲାରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିବା ସହ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.