Latest Odisha News

୧୧ରେ ରିଲିଜ୍ ହେବ ‘ହାର୍ଟ ଅଫ୍ ଷ୍ଟୋନ’ : ଗର୍ଭବତୀ ଥାଇ ଆକ୍ସନ ଦୃଶ୍ୟର ସୁଟିଂ କରିଥିଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ତାଙ୍କର ହଲିଉଡ ଡେବ୍ୟୁ ଫିଲ୍ମ । ଏଥିରେ ସେ ହଲିଉଡ ସୁପରଷ୍ଟାର ଗଲ ଗଡୋଟଙ୍କ ସହ ଅଭିନୟ କରିଛନ୍ତି । ଏବେ ଏହି ଫିଲ୍ମର ପ୍ରଚାର ବିଭିନ୍ନ ସ୍ଥାନକୁ ଯାଇ କରୁଛନ୍ତି । ଏହା ଆସନ୍ତା ୧୧ ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମର ସୁଟିଂ ସମୟର କଥା ମନେ ପକାଇ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ନିକଟରେ ଏକ ସାକ୍ଷାତ୍‌କାରରେ ଆଲିଆ କହିଛନ୍ତି ଯେ, ‘ହାର୍ଟ ଅଫ୍ ଷ୍ଟୋନ’ ମୋର ହଲିଉଡରେ ଡେବ୍ୟୁ । ଆଉ ଗୋଟେ ଦିନ ପରେ ଏହି ଫିଲ୍ମ ରିଲିଜ ହେବ । ତାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି । ଏହି ଫିଲ୍ମର ସୁଟିଂ ସମୟରେ ମୁଁ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲି । ଗର୍ଭବତୀ ଥାଇ ବି ମୁଁ ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟର ସୁଟ୍ କରିଥିଲି । ପରେ ଏହା କରିପାରିଥିବାରୁ ମୁଁ ବହୁତ ଖୁସି ହୋଇଥିଲି । ଫିଲ୍ମର ଟିମ୍ ମୋତେ ଏହା କରିବାରେ ସାହାଯ୍ୟ କରିଥିଲେ । ଏହି ଫିଲ୍ମରେ ମୁଁ ବହୁତ ପରିଶ୍ରମ କରିଛି । ଏଥିରେ ମୋର ଅଭିନୟକୁ ଲୋକେ ପସନ୍ଦ କରିବେ ବୋଲି ଆଶା ରଖିଛି ।

ଆଲିଆ ଅଭିନେତା ରଣବୀର କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ଥିଲେ । ୨୦୨୨ ମସିହା ଏପ୍ରିଲ ୧୪ ତାରିଖରେ ଦୁହେଁ ବିବାହ କରିଥିଲେ । ପରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

 

Leave A Reply

Your email address will not be published.