Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୦ ପର୍ଯ୍ୟଟକ ଆହତ

ବାଲେଶ୍ୱର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଜିଲ୍ଲାର ଶେରଗଡ-ଖଣ୍ଡପଡା ରୋଡ ନିକଟରେ ଏକ ପର୍ଯ୍ୟଟକଙ୍କ ବସକୁ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ଉକ୍ତ ବସ୍ ମଧ୍ୟରେ ଥିବା ୩୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିଲେ ।

ପର୍ଯ୍ୟଟକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଅଧିକାଂଶ ବ୍ୟକ୍ତି ରହିଥିବା ନେଇ ଜଣାପଡିଛି।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।

ତେବେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.