Latest Odisha News

BREAKING NEWS

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ।

ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ପରାଦକୁ ଆସୁଛି ଚଳଚ୍ଚିତ୍ର ‘ସେରଶାହା’

କାରଗିଲ ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହେବ ଏହି ସିନେମା । ବିକ୍ରମ ବାତ୍ରା ସେହି ବୀର ଯବାନ ଯିଏ ଶତ୍ରୁଙ୍କୁ ମାତ ଦେବା ସହ ନିଜର ଅନେକ ସାଥୀ ଯବାନଙ୍କ ପ୍ରାଣ ରକ୍ଷା କରିଥିଲେ । ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ପାଇଁ ପାକସେନା ଏକ କୋଡ୍ ନେମ ରଖିଥଲେ । ବାତ୍ରାଙ୍କୁ ସେମାନେ ସେରଶାହା ବୋଲି ଡାକୁଥିଲେ ।

ଅତୀତରେ ୨୦୦୩ରେ ‘ଏଲଓସି’, ୨୦୦୪ରେ ‘ଲକ୍ଷ୍ୟ’ ଓ ୨୦୦୫ରେ ଟାଙ୍ଗୋ ଚାର୍ଲି ଭଳି ସିନେମାରେ କାରଗିଲ ଯୁଦ୍ଧର କଥା ପରଦାରେ ଦେଖିବାକୁ ପାଇଥିଲେ ଦର୍ଶକ।

ଆମ ବୀର ଯବାନଙ୍କ ବିରତ୍ୱକୁ ଆଜିର ଯୁବ ପିଢୀଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ପୁଣିଥରେ ନିର୍ମାଣ ହେଉଛି ଏହି ବଲିଉଡ ସିନେମା । ବଲିଉଡର ଆଗଧାଡ଼ିର ପ୍ରଡକ୍ସନ ହାଉସ କରନ ଜୋହାରଙ୍କା ଧର୍ମା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ ହେବ ।ନିକଟରେ କରନ ଜୋହର ଫିଲ୍ମର ଟାଇଟେଲ ଘୋଷଣା କରିଛନ୍ତି ।

ଫିଲ୍ମର ନିର୍ଦ୍ଦେଶନା ବିଷ୍ଣୁବର୍ଦ୍ଧନ ଦେଇଛନ୍ତି । ଏହାର ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲୋହୋତ୍ରା ଓ କିଆରା ଆଡବାଣୀଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

ସେରଶାହାର ସୁଟିଂ ଶେଷ ହୋଇଛି ଓ ଜୁଲାଇ ୩ରେ ରିଲିଜ କରାଯିବ ବୋଲି ଧର୍ମା ପ୍ରଡକ୍ସନ ଟୁଇଟ କରି ସୂଚନା ଦେଇଛି ।

Leave A Reply

Your email address will not be published.