Latest Odisha News

BREAKING NEWS

ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ, ଅଯୋଧ୍ୟାରେ ହାଇଆଲର୍ଟ

ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ  । ୧୯୯୨ରେ ବାବରୀ ମସଜିଦ ଭାଙ୍ଗିଥିଲେ କାର ସେବକ ।  ୫ଘଣ୍ଟାରେ ଧ୍ୱଂସଲୀଳା ରଚିଥିଲେ ଦେଢ ଲକ୍ଷ କର୍ ସେବକ । ଅଯୋଧ୍ୟାରେ ହାଇଆଲର୍ଟ ଓ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୬ଡିସେମ୍ୱର ୧୯୯୨ରେ ଅଯୋଧ୍ୟାରେ ରଚାଯାଇଥିଲା ଇତିହାସ । ତା ପୂର୍ବଦିନ ଏହି ଇତିହାସର ପଡିଥିଲା ମୂଳଦୁଆ । ୫ତାରିଖରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା, ବିଜେପିର କିଛି ନେତା ଓ କିଛି ସଂଗଠନ ଅଯୋଧ୍ୟାରେ ଏକ ରାଲି ଆୟୋଜନ କରିଥିଲେ । ବାବରୀ ମସଜିଦର ଯେଉଁ ଭାଗରେ ସୁପ୍ରିମକୋର୍ଟ କେବଳ ଭଜନ-କୀର୍ତ୍ତନ ପାଇଁ ଅନୁମତି ଦେଇଥିଲେ, ସେଠାରେ ପ୍ରାୟ ଏକତ୍ର ହୋଇଥିଲେ ଦେଢ ଲକ୍ଷ କର୍ ସେବକ । ମାତ୍ର ୫ଘଣ୍ଟାରେ ବାବରୀ ମସଜିଦକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲେ କର୍ ସେବକ ।

ଏବେ ସେହିସ୍ଥାନରେ ରାମ ମନ୍ଦିର ନିର୍ମାଣ ହେଉଛି । ସୁପ୍ରିମକୋର୍ଟ ରାମମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ୨୦୨୪ ସୁଦ୍ଧା ଭକ୍ତଙ୍କ ପାଇଁ ରାମମନ୍ଦିର ଖୋଲାଯିବା ଆଶା ରହିଛି ।

Leave A Reply

Your email address will not be published.