Latest Odisha News

BREAKING NEWS

ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ‘ବେଲୁଗା’

ହାଇଦ୍ରାବାଦ:ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ  ବେଲୁଗା । ମଙ୍ଗଳାବର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଛି ଏହି  କାର୍ଗୋ ବିମାନ ।

ଏୟାରବସ୍ ବେଲୁଗା ଏଭଳି ଏକ କାର୍ଗୋ ବିମାନ ଯାହା ଦେଖିବାକୁ ଏକ ବଡ ହ୍ୱିଲ ମାଛ ପରି  । ବେଲୁଗା ଏକ  ରଷିଆାନ ଶବ୍ଦ ଯାହାର ଅର୍ଥ ହେଉଛି ହ୍ୱିଲ । ରୁଷ ସେନା ୧୯୯୫ ମସିହାରେ ଏହାକୁ ନିର୍ମାଣ କରିଥିଲା । ଏହି ବିମାନ ୪୦ହଜାର ଟନ ଜିନିଷ ବୋହିବାର କ୍ଷମତା ରଖିଛି । ସେତିକି ନୁହେଁ,  ୨ହଜାର ୭୭୯ କିଲୋମିଟର ପର୍ଯ୍ୟନ୍ତ ଏହା ଯାତ୍ରା କରିପାରେ । ଏଥିରେ ୧୪୭ ଫୁଟର ଦୁଇଟି ୱିଣ୍ଡୋ ରହିଛି । ଏହାର ଉଚ୍ଚତା ୫୬ଫୁଟ  ଅଟେ ଏବଂ ଓଜନ ୮୬ହଜାର ୫ଶହ କିଲୋଗ୍ରାମ ଅଟେ ।

ଏହା ଏକମାତ୍ର ଟୁଇନ ଇଞ୍ଜିନ ୱାଇଡବର୍ଡି ଜେଟ୍ ଏୟାରଲାଇନର ଅଟେ । ଏହି ବିମାନରେ ଆମେରିକାର କେନେଡି ସ୍ପେସ୍ ସେଣ୍ଟରକୁ ସାଟେଲାଇଟ୍ ବୁହା ହୋଇ ପଠାଯାଇଥିଲା । କେବଳ ଏହି କାର୍ଗୋ ବିମାନ ଦ୍ୱାରା ହିଁ  ସାଟେଲାଇଟକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଆଯିବା ସମ୍ଭବ ।

ଏହା ପୂର୍ବରୁ ଦୁନିଆର ସବୁଠୁ ବଡ କାର୍ଗୋ ବିମାନର ନାଁ ଥିଲା ଆଣ୍ଟୋନଭ ଏନ-୨୨୫ ମିରିଆ ଯାହା  ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହା ଧ୍ୱଂସ ପାଇଥିଲା । ଏହା ପୂର୍ବରୁ ବେଲୁଗା ନଭେମ୍ବର ୨୦ ତାରିଖ କାେଲକାତା ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ତା ପରେ ୨ୟ ଥର ପାଇଁ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନାଶନାଲ ଏୟାରପୋର୍ଟରେ ନଭେମ୍ବର ୨୨ରେ ଦେଖିବାକୁ ମିଳିଥିଲା ।

 

 

Comments are closed.