ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ପାକିସ୍ତାନର ୩୦୦ ଆତଙ୍କବାଦୀ । ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି । ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖି ଆସୁଥିଲା ପାକିସ୍ତାନ । ଏବେ ଆଘା ହିଲାଲି ଏକ ଟିଭି ଡିବେଟରେ ୩୦୦ ଆତଙ୍କୀଙ୍କ ମୃତ୍ୟୁ କଥା ସ୍ୱୀକାର କରିବା ପରେ ପାକିସ୍ତାନର ମିଛ ସାମନାକୁ ଆସିଛି ।
ଆଘା ହିଲୀ କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଆମର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ ଥିଲା । ଆମେ ସେମାନଙ୍କର ହାଇକମାଣ୍ଡକୁ ଟାର୍ଗେଟ୍ କରିଛୁ । ଆଗକୁ ସେମାନେ ଆମକୁ ଯେଉଁଭଳି ଭାବରେ ଟାର୍ଗେଟ କରିବେ ଆମେ ମଧ୍ୟ ତାଙ୍କୁ ସେମିତି ଟାର୍ଗେଟ କରିବୁ ବୋଲି ଆଘା କହିଛନ୍ତି ।
୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ହମଲାରେ ୪୦ ଯବାନ ସହିଦ୍ ହୋଇଥିଲେ । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିଲା । ପ୍ରତିଶୋଧ ନେବାକୁ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀର ଟ୍ରେନିଂ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଯେଉଁଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରିଥିଲା । କିନ୍ତୁ ମାନୁ ନଥିଲା ପାକିସ୍ତାନ ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.