Latest Odisha News

BREAKING NEWS

ଓଡ଼ିଶା ଜିତିଲା ଜାତୀୟ ସବ-ଜୁନିୟର୍ ବାଳିକା ଖୋଖୋ ପ୍ରତିଯୋଗିତା

ଋାଞ୍ଚି: ଓଡ଼ିଶାର ସବଜୁନିୟର ବାଳିକା ଖୋଖୋ ଦଳ ଜାତୀୟ ଖୋଖୋ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ନିକଟସ୍ଥ ହଟୱାରର ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩୦ତମ ଜାତୀୟ ଖୋଖୋ ସବଜୁନିୟର ବାଳିକା ଫାଇନାଲରେ ଗତବର୍ଷର ଜାତୀୟ ଚମ୍ପିଆନ ମହାରାଷ୍ଟ୍ର ଦଳକୁ ଓଡ଼ିଶା ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି ।

ସେହିପରି ଭାବେ ସବଜୁନିୟର ଫାଇନାଲରେ ଓଡ଼ିଶାର ବାଳକ ଦଳ ମହାରାଷ୍ଟ୍ରଠାରୁ ପରାଜିତ ହୋଇ ଉପ ବିଜେତା ଆଖ୍ୟା ଅର୍ଜନ କରିବା ସହିତ ରନର୍ସ ଅପ ଟ୍ରଫି ହାସଲ କରିପାରିଛନ୍ତି ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଗତଥରର ଚମ୍ପିଆନ ତଥା ପ୍ରତିଯୋଗିତାର ସବୁଠୁ ଶକ୍ତିଶାଳୀ ଦଳ ମହାରାଷ୍ଟ୍ରକୁ ଓଡ଼ିଶା ସଂଘର୍ଷପୂର୍ଣ୍ଣ ଫାଇନାଲରେ ୭ ପଏଣ୍ଟରେ ପରାସ୍ତ କରିପାରିଛି । ବାଳକ ବିଭାଗରେ ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗରେ କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି ।

ଓଡ଼ିଶା ବାଳିକା ଦଳ ଓ ବାଳକ ଦଳ ମୁଖ୍ୟ ଅତିଥି ତଥା ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ସି ପି ସିଂହଙ୍କଠାରୁ ଚମ୍ପିଆନ୍ସ ଟ୍ରଫି ଏବଂ ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲେ ।

Leave A Reply

Your email address will not be published.