Latest Odisha News

BREAKING NEWS

ଜାଣନ୍ତୁ, ନବରାତ୍ରୀରେ କନ୍ୟା ପୂଜନର ବିଧି ଓ ମହତ୍ତ୍ୱ

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନବରାତ୍ରୀ ଅବସରରେ କେହି କେହି ଘରେ କନ୍ୟାମାନଙ୍କୁ ପୂଜା କରିଥା’ନ୍ତି । ପ୍ରତିବର୍ଷ ଚୈତ୍ର ଓ ଦୁର୍ଗାପୂଜାର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନର ବିଧି ରହିଛି ।

ନବରାତ୍ରୀ କେବଳ ବ୍ରତ ଓ ଉପବାସ କରିବାର ପର୍ବ ନୁହେଁ । ଏହା ନାରୀ ଶକ୍ତି ତଥା କନ୍ୟାମାନଙ୍କୁ ମଧ୍ୟ ସମ୍ମାନ ଦେବାର ପର୍ବ ଅଟେ ।

ଅଧିକ ପଢନ୍ତୁ:ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ନବରାତ୍ରୀ ବ୍ରତ ପାଳନ କରୁଥିବା ମହିଳାମାନେ ଅଷ୍ଟମୀ କିମ୍ବା ନବମୀ ଦିନରେ ୨ ବର୍ଷରୁ ୧୧ ବର୍ଷ ପର୍ଯ୍ୟନ୍ତ କନ୍ୟାଙ୍କୁ ପୂଜନ କରିଥାନ୍ତି । ଏହି ଦିନରେ କୁନିକୁନି କୁଆଁରୀ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ଜାଣନ୍ତୁ, କନ୍ୟା ପୂଜନର ବିଧି ସମ୍ପର୍କରେ…

ଦେବୀଙ୍କ ସ୍ୱରୂପ ଭାବେ ୯ ଜଣ ଛୋଟ କନ୍ୟାଙ୍କୁ ଘରକୁ ଆମନ୍ତ୍ରଣ କରିବା ସହିତ ସର୍ବପ୍ରଥମେ ସ୍ୱଚ୍ଛ ଜଳରେ ସେମାନଙ୍କ ପାଦ ଧୋଇଦିଅନ୍ତୁ ।

ଏହାପରେ ଶିଶୁଙ୍କ ମଥାରେ ତିଳକ ଲଗାଇବା ସହ ହାତରେ ରକ୍ଷାସୁତ୍ର ବାନ୍ଧନ୍ତୁ ।

ପରେ ମା’ ଭଗବତୀଙ୍କୁ ଧ୍ୟାନ କରିବା ସହିତ ଉକ୍ତ ୯ ଜଣ କନ୍ୟାଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ପେଟ ପୂରା ଖାଇବାକୁ ଦିଅନ୍ତୁ ।

ଏହି କନ୍ୟାମାନଙ୍କୁ ଭୋଜନ କରାଇବା ପରେ ଆଳତୀ କରି ଚରଣ ସ୍ପର୍ଶ ସହ ଆଶୀର୍ବାଦ ନିଅନ୍ତୁ ।

ପରିଶେଷରେ ନିଜ ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ଦାନ ଦକ୍ଷିଣା ତଥା ଉପହାର ପ୍ରଦାନ କରି ବିଦାୟ ଦିଅନ୍ତୁ ।

Leave A Reply

Your email address will not be published.