Latest Odisha News

BREAKING NEWS

ଆଜି ମା’ଙ୍କ ମହାନବମୀ, ଉତ୍ସବମୁଖର ସମସ୍ତ ପୂଜା ମଣ୍ଡପ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ ପୂଜା । ଗାଁରୁ ସହର ଯାଏଁ ସବୁଠି ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡୁଛି ବିଭିନ୍ନ ପୂଜା ମଣ୍ଡପ ।

ମହାନବମୀ ଅବସରରେ ସକାଳୁ ସକାଳୁ ଦେବୀଙ୍କ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା ।

ଜଗତଜନନୀଙ୍କର ମହାନବମୀ ପୂଜା ଲାଗି ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ରୀତିନୀତି ସହ ମା’ଙ୍କ ଆବାହନ କରାଯାଉଛି । ଏହି ଅବସରରେ ମା’ଙ୍କ ଦର୍ଶନ ଲାଗି ସନ୍ଧ୍ୟାହେଲା ମାତ୍ରେ ସମସ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗୁଛି ।

ଏହି ନବମୀ ପୂଜାରେ ଦେବୀଙ୍କ ଠାରେ ଚଣ୍ଡିପାଠ ସହ ଆହୁତି କରାଯାଏ ଏବଂ ପରବର୍ତ୍ତୀ ସମୟରେ ବିଜୟା ଦଶମୀରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଇଥାଏ ।

ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମହାମାୟା । ସେହିପରି କଟକରେ ପାଖାପାଖି ୩୦ରୁ ଅଧିକ ସ୍ଥାନରେ ସୁନା ଓ ଚାନ୍ଦିର ମେଢରେ ଝଟକୁଛନ୍ତି ମା’ ।

Leave A Reply

Your email address will not be published.