Latest Odisha News

BREAKING NEWS

କରୋନା ଭୟ, ନାଇଜରରୁ ୩୧ଜଣ କରୋନା ପଜିଟିଭ ଚିହ୍ନଟ

ଜଟଣୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ାଇଛି । ଆଜି ଜଟଣୀସ୍ଥିତ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଜଣେ କର୍ମଚାରୀ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଜଟଣୀ ନାଇଜରରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଆବଶ୍ୟକ ରହିଲେ ଆକ୍ରାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି ।

ନାଇଜରରୁ ଏତେ ପରିମାଣର କରୋନା ପଜିଟିଭ ସଂଖ୍ୟା ଚିହ୍ନଟ ହେବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । କ୍ୟାମ୍ପସକୁ ସାନିଟାଇଜ୍ କରିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସମୟରେ ବାହାରୁ କେହି କ୍ୟାମ୍ପସ୍ ଭିତରକୁ ଆସିବେ ନାହିଁ କିମ୍ବା କ୍ୟାମ୍ପସ୍ ଭିତରୁ ବାହାରକୁ କେହି ଯାଇପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.