Latest Odisha News

BREAKING NEWS

[ଭିଡ଼ିଓ] ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ, ଭାଇରାଲ ହେଉଛି ଭିଡ଼ିଓ

ବାଲେଶ୍ୱର: ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ। ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ । ଆଉ ଭିଡ଼ିଓ ଭାଇରାଲ ହେବା ପରେ ପରେ ଅଡ଼ୁଆରେ ପଡିଯାଇଛନ୍ତି କର୍ତ୍ତୃପକ୍ଷ ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଜେଲ୍ ରେ । ଭିଡ଼ିଓରେ କିଛି ଯୁବତୀ ଗୀତର ତାଳେ ତାଳେ ନାଚୁଥିବା ବେଳେ ଗୀତରେ ମସଗୁଲ କଏଦୀଙ୍କ ସହ ସାମିଲ ହୋଇଛନ୍ତି ଜେଲ୍ କର୍ମଚାରୀ ମାନେ ।

ଜେଲ ଭିତରର ଏହି ନୃତ୍ୟଗୀତ ଆସର ଭିଡ଼ିଓ ଏବେ ବାହାରେ ଘୁରି ବୁଲୁଛି । ତେବେ ଏହି ଭିଡ଼ିଓଟି ନୂଆ ବର୍ଷ ସେଲିବ୍ରେସନର ବୋଲି ମଧ୍ୟ କୁହାଯାଉଛି ।

ସେପଟେ ଜଳେଶ୍ୱର ଉପ-କାରାଗାର ପରିସରର ଏହି ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ପ୍ରତିକ୍ରିୟା ସବୁ ପ୍ରକାଶ ପାଉଛି ।

Leave A Reply

Your email address will not be published.