Latest Odisha News

BREAKING NEWS

ବିଶ୍ୱର ସବୁଠୁ ବୟସ୍କ କୁକୁର ପାଳିଲା ଧୁମ୍‌ଧାମ୍‌ରେ ଜନ୍ମଦିନ

ପର୍ତ୍ତୁଗାଲ: ଦୀର୍ଘଜୀବୀ ମଣିଷ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣତଃ ମଣିଷର ହାରାହାରି ବୟସ ଷାଠିଏ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ଲୋକ ସେମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଦୀର୍ଘାୟୁ ରହିଥାନ୍ତି । ଏପରିକି ପଶୁମାନଙ୍କର ମଧ୍ୟ ବୟସ ସୀମା ଅଛି । ଆଜି ଆମେ ଯେଉଁ କୁକୁର ବିଷୟରେ କହିବାକୁ ଯାଉଛୁ ଏହାର ନାମରେ ଅନେକ ରେକର୍ଡ ଅଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱର ସବୁଠୁ ବୟସ୍କ କୁକୁର । ଏ ନେଇ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ମଧ୍ୟ କରିଛି ।

BjdElectrycity

ପର୍ତ୍ତୁଗାଲରେ ରହୁଥିବା ଏହି ବୟସ୍କ କୁକୁର ନାଁ ହେଉଛି ବବି । ଏଠାରେ ରହୁଥିବା ଲେଓନେଲ କୋଷ୍ଟା ବବିକୁ ଛୋଟବେଳୁ ପାଳୁଛନ୍ତି । ଏବେ ବବିକୁ ୩୧ ବର୍ଷ ହୋଇଛି । ଗତ ୧୧ ତାରିଖରେ ବବି ତାର ୩୧ ତମ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିଛି । ବବିର ଜନ୍ମଦିନରେ ଶହେରୁ ଅଧିକ ଲୋକ ସାମିଲ ହୋଇଥିଲେ । କୁକୁରର ଜନ୍ମଦିନ ପାଇଁ ଏତେ ବଡ଼ ଆୟୋଜନ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ଏହି ଜନ୍ମଦିନ ପାର୍ଟିରେ ବବି ପସନ୍ଦର ଖାଦ୍ୟ ଅତିଥିମାନଙ୍କ ପାଇଁ ପରସା ଯାଇଥିଲା । ଏଥିରେ ମାଂସ ଏବଂ ମାଛ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ଏହା ବ୍ୟତୀତ ନୃତ୍ୟଶିଳ୍ପୀମାନଙ୍କୁ ମଧ୍ୟ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା । ସେମାନେ ପାରମ୍ପାରିକ ପର୍ତ୍ତୁଗୀଜ୍ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.