Latest Odisha News

BREAKING NEWS

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୩୬, ନେରିଜ କ୍ଲାସେନ ୪୭ ଓ ଅବଦୁଲ ସମଦ ୩୭ ରନ କରିଥିଲେ । କୃଣାଳ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିଲେ । ବଡ ସ୍କୋର ନ କରିପାରିବା ହାଇଦ୍ରାବାଦ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଜବାବରେ ଲକ୍ଷ୍ନୌ ୧୯.୨ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲ । । ପ୍ରେରକ ମଙ୍କଡ ୬୪, ନିକୋଲସନ ପୁରନ ୪୪ ଏବଂ କ୍ୱିଂଟନ ଡି କକ ୨୯ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

ବିଜୟ ସହ ଲକ୍ଷ୍ନୌ ୧୨ ମ୍ୟାଚରୁ ୧୩ ପଂଏଟ ହାସଲ କରି ପ୍ଲେଅଫର ନିକଟତର ହୋଇଛି । ମଙ୍କଡ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହାଇଦ୍ରାବାଦ ୧୧ ମ୍ୟାଚରୁ ୮ ପଂଏଟ ହାସଲ କରି ପ୍ଲେ ଅଫ ଦୌଡରୁ ବାଦ ପଡିଛି ।

Leave A Reply

Your email address will not be published.