Latest Odisha News

BREAKING NEWS

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧ ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାୟା ମେଲାଉଛି କରୋନା । ଲଗାତର ଭାବେ ରାଜ୍ୟରେ ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଭୁବନେଶ୍ବରରୁ ଦିନକୁ ଦିନ ବ୍ୟାପୁଛି ମହାମାରୀ । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୧୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୬୬ ଜଣ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରୁ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମ୍‌ସି । ସେହିପରି ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୧୨୪ ଜଣ ।

କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଖଣ୍ଡଗିରି, ଝାରପଡ଼ା, ସହିଦନଗର, ଓଲ୍ଡ ଟାଉନ୍, ପଟିଆରୁ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ, ହଂସପାଳ, ଓଲ୍ଡ ଟାଉନ୍, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ୟୁନିଟ୍ ୮, ଶୈଳଶ୍ରୀବିହାର, ରସୁଲଗଡ଼, ଟଙ୍କପାଣି ରୋଡ, ବଡ଼ଗଡ଼ ଓ ଭିଏସଏସ ନଗର ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୮୯୦ରେ ପହଞ୍ଚିଲାଣି ।

Leave A Reply

Your email address will not be published.