Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ । ଏନେଇ ନିଜେ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,  ମୋର ଆଜି କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସମ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର କରୋନା ପଜିଟିଭ୍‌ ଚିହ୍ନଟ ହେବାର କିଛି ସମୟ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଜାଭଡେକରଙ୍କ ପୂର୍ବରୁ ଅନେକ ନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଛି ।

Leave A Reply

Your email address will not be published.