Latest Odisha News

BREAKING NEWS

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ତଳେ ସାରା ରାଜ୍ୟର ତାପମାତ୍ରା

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟକୁ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୮.୫ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୯, କଟକରେ ୩୮, ପାରାଦୀପରେ ୩୩.୨, ଭୁବନେଶ୍ବରରେ ତାପମାତ୍ରା ୩୯.୩, ଗୋପାଳପୁର ୩୨.୪, ପୁରୀ ୩୩.୪, ଅନୁଗୁଳ ୩୯.୧, ବାରିପଦା ୩୯.୫, ଝାରସୁଗୁଡ଼ା ୩୯.୪, କେନ୍ଦୁଝର ୩୭, ସମ୍ବଲପୁର ୩୮.୪, ସୁନ୍ଦରଗଡ଼ ୩୮, ହୀରାକୁଦରେ ୩୭.୫, ତାଳଚେରରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୭.୬, କୋରାପୁଟରେ ୩୨.୫, ଫୁଲବାଣୀରେ ୩୪.୪, ଟିଟିଲାଗଡ଼ରେ ୩୮, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୪, ଦାରିଙ୍ଗିବାଡିରେ ୩୩.୫, ନୟାଗଡ଼ ଓ ବୌଦ୍ଧରେ ୩୮, ଛତ୍ରପୁରରେ ୩୫, ପାରଳାଖେମୁଣ୍ଡିରେ ୩୪.୫ ଓ ରାୟଗଡ଼ାରେ ତାପମାତ୍ରା ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.