Latest Odisha News

ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ଵର: ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୩୧୫ ସ୍ପେଶାଲ ଟ୍ରେନ୍‌ ଚାଲିବ ଏବଂ ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ । ଏଥିରେ ୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ଅନୁସାରେ, ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି କହିଛନ୍ତି। ରଥ ଯାତ୍ରା ପାଇଁ ଚଳିତ ବର୍ଷ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର, ଦଶପଲ୍ଲାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀ ସହିତ ଯୋଡାଯାଇଅଛି ।

ଛତିଶଗଡର ରାୟପୁର ଓ ଜଗଦଲପୁରରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ପାଲାସାରୁ ଏବଂ ପଶ୍ଚିମ ବଙ୍ଗରୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ପୁରୀ କୁ ଚଳାଚଳ କରିବ । ଓଡ଼ିଶାର ବାଦାମପାହାଡ଼, ରାଉରକେଲା, ଜୁନାଗଡ଼ ରୋଡ, ବାଲେଶ୍ୱର, ସୋନପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ଦଶପଲ୍ଲା, ସମ୍ବଲପୁର, ବାଙ୍ଗିରିପୋସି, ଖୋର୍ଦ୍ଧା ରୋଡରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଯାତ୍ରା କରିବ ।

ସୂଚନାଯୋଗ୍ୟ ଯେ, ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗସ୍ତ ସମୟରେ ନୂଆ ଓଡ଼ିଶା ଗଠନ ପାଇଁ ଆଗାମୀ ୫ ବର୍ଷରେ କେଉଁ କେଉଁ କାର୍ଯ୍ୟକ୍ରମ ସରକାର ହାତକୁ ନେବେ ସେ ନେଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.