Latest Odisha News

BREAKING NEWS

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ କିଶୋରୀମାନେ ମାସିକ ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରିଥାଆନ୍ତି । ମାତ୍ର ସାନିଟାରୀ ପ୍ୟାଡ୍‌କୁ ନେଇ ଏକ ନୂତନ ଅଧ୍ୟୟନରେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କ ମନରେ ଭୟ ଆଣିଦେଇଛି । ନୂତନ ଅଧ୍ୟୟନ ଅନୁଯାୟୀ, ନ୍ୟାପକିନର ବ୍ୟବହାରରେ କ୍ୟାନ୍ସର ହେବାର ବିପଦ ରହିବା ସହ ନୁହେଁ ବାଞ୍ଝପଣର ସମସ୍ୟା ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଛି ।

 

ଏନେଇ ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ଯ୍ୟକ୍ରମ ସଂଯୋଜକ ତଥା ଏହି ଅଧ୍ୟୟନରେ ସାମିଲ୍ ଡାକ୍ତର ଅମିତ୍‌ କହିଛନ୍ତି ଯେ, ସାନିଟାରୀ ନ୍ୟାପକିନରେ ଏମିତି ଅନେକ କେମିକାଲ୍ ରହିଛି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ । ସାନିଟାରୀ ପ୍ୟାଡରେ ଅନେକ କେମିକାଲ ମିଶାଯାଉଥିବା ସେ ଦାବୀ କରିଛନ୍ତି । ତେବେ ଏହି ପ୍ୟାଡରେ କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଛି   ।

ଅଧ୍ୟୟନ ବେଳେ ଗବେଷଣାକାରୀଙ୍କୁ ସମସ୍ତ ନମୂନାରେ ଥ୍ୟାଲେଟ୍ ଏବଂ ଭୋଲେଟାଇଲ୍ କମ୍ପାଉଣ୍ଡର ତତ୍ତ୍ଵ ମିଳିଛି । ବଡ଼ କଥା ହେଉଛି ଏହି ଦୁଇ ଦୂଷିତ ପଦାର୍ଥ କ୍ୟାନ୍ସରର କୋଷିକା ତିଆରି କରିବାରେ ସକ୍ଷମ । ଏହି ଅଧ୍ୟୟନରେ ସଂପୃକ୍ତ ଅଙ୍କାକଶା ମେହରୋତ୍ରା କହିଛନ୍ତି, ସବୁଠୁ ଅଧିକ ଚିନ୍ତାର ବିଷୟ ସାନିଟାରୀ ପ୍ୟାଡ୍‌ ବ୍ୟବହାର କାରଣରୁ ରୋଗ ବଢିବାର ସମ୍ଭାବନା ରହିଛି । ମହିଳାଙ୍କ ରୂପ ତୁଳନାରେ ଗୁପ୍ତାଙ୍ଗ ଉପରେ କେମିକାଲର ପ୍ରଭାବ ଅଧିକ ରହିଥାଏ । ଏହି କାରଣରୁ କ୍ୟାନ୍ସରର ବିପଦ ଆହୁରି ବଢିଯାଏ।

ଏନଜିଓ ଟୋକ୍ସିକ୍ ଲିଙ୍କ୍‌ର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ପ୍ରୀତି ବନ୍ଥିଆ ମହେଶ କହିଛନ୍ତି, ୟୁରୋପୀୟ କ୍ଷେତ୍ରରେ ଏହି ସବୁ ପାଇଁ ନିୟମ ରହିଥିବା ବେଳେ ଭାରତରେ କେମିକାଲକୁ ନେଇ କୌଣସି ନିୟମ ନାହିଁ।

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେର ସଦ୍ୟତମ ତଥ୍ୟ ଅନୁସାରେ, ୧୫ ରୁ ୨୪ ବର୍ଷ ମଧ୍ୟରେ ପ୍ରାୟ ୬୪ ପ୍ରତିଶତ ଭାରତୀୟ ଯୁବତୀ ସାନିଟାରୀ ନ୍ୟାପକିନର ବ୍ୟବହାର କରିଥାନ୍ତି । ଆଇଏମଏଆରସି ଗ୍ରୁପ୍ ଅନୁସାରେ, ସାନିଟାରୀ ଉତ୍ପାଦର ଭାରତରେ ବହୁତ ବଡ ବଜାର ରହିଛି।

 

Leave A Reply

Your email address will not be published.