Latest Odisha News

BREAKING NEWS

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ, ପୀତବାସ ତ୍ରିପାଠୀ ଶ୍ରେଷ୍ଠ ଅଭିନେତା

ଭୁବନେଶ୍ୱର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଅନୁଷ୍ଠିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୯ । ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୧୯ ମସିହା ପାଇଁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିବା ବେଳେ ପୀତବାସ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ସେହିଭଳି ବାବୁ ଭାଇଜାନ୍ ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପାଶ୍ୱର୍ ଗାୟକ ଭାବେ ସ୍ୱୟଂ ପାଢୀ ଓ ଶ୍ରେଷ୍ଠ ଗାୟିକା ଭାବେ ଦିପ୍ତୀରେଖା ପାଢୀ ପୁରସ୍କୃତ ହୋଇଛନ୍ତିି । ଏହି ଅବସରରେ ଆଜୀବନ ସାଧନା ପାଇଁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ପୁରସ୍କାର ବାବଦରେ ତାଙ୍କୁ ନଗଦ ୨ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି ।

କୋଭିଡ଼ କାରଣରୁ ଗତ ୨ ବର୍ଷ ଧରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇପାରି ନ ଥଲା । ପରବର୍ତ୍ତୀ ସମୟରେ ଏହାକୁ ନେଇ ବିବାଦ ଉପୁଜିଥିଲା । କୋର୍ଟର ନିର୍ଦ୍ଦେଶ ମୁତାବକ ଜୁରୀ କମିଟି ଗଠନ କରାଯାଇ ପୁରସ୍କାର ଚୟନ କରାଯାଇଥିଲା ।

 

Comments are closed.