Latest Odisha News

BREAKING NEWS

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି।

BjdElectrycity

ନିୟମ ନ ମାନି ରାତି ୧୦ ଟା ପରେ ବାଣ ଫୁଟାଇଲେ କିମ୍ବା ଡିଜେ ବଜାଇଲେ କଡ଼ା କାର୍ଯ୍ୟୁଷ୍ଠାନ ହେବ ବୋଲି ଚେତାବନି ଦିଆଯାଇଛି। ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି ସୋମବାର ଜିଲ୍ଲା ପ୍ରଶାସନ କହିଛନ୍ତି।

ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏଥିପାଇଁ ପିଲାମାନେ ପ୍ରୁସ୍ତୁତି ଆରମ୍ଭ କରିଦେଇଛି। ହେଲେ ଏଭଳି ବାରମ୍ବାର ଶବ୍ଦ ପ୍ରଦୂଷଣ ହେଲେ କାଳେ ସେମାନଙ୍କର ପାଠ ପଢ଼ା କ୍ଷତି ହେବ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲ୍ଲାପଳ ନରେନ୍ଦ୍ର ବାହାଦୁର କହିଛନ୍ତି ଯେଉଁମାନେ କଥା ନ ମାନିବେ ସେମାନଙ୍କର ବିରୋଧରେ ଶବ୍ଦ ପ୍ରଦୂଷଣ ଆଇନ ୨୦୦୦ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆସନ୍ତା ବୋର୍ଡ ପରୀକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.