Latest Odisha News

ବଜ୍ରାଘାତରେ ୩୨ ଗୋରୁ ,୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁ ଚରାଳି

କେନ୍ଦୁଝର : ବାଂଶପାଳ ବ୍ଲକ କାଦକଳା ଓ ଭାଲିଆଡାଳ ଗାଁରେ ଅଘଟଣ । ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୁତ୍ୟୁ ବରଣ କରିଛନ୍ତି । ତେବେ ବଜ୍ରାଘତରୁ ଅଳ୍ପକେ ଭର୍ତ୍ତିଛନ୍ତି ଗୋରୁ ଚରାଳି । ବର୍ଷା ହେଉଥିବା ବେଳେ ଗୋରୁ ପଲ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ବାଂଶପାଳ ତହସିଲଦାର ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ସୂଚନା ଅନୁସାରେ, କାଦକଳା ଗାଁରେ ଆନନ୍ଦ ଦେହୁରୀ ଗୋରୁ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା । ଏହି ସମୟରେ ଗୋରୁ ଓ ମେଣ୍ଢା ପଲ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । କିନ୍ତୁ ହଠାତ ବଜ୍ରପାତ ହୋଇଥିଲା । ଫଳରେ ୩୦ଟି ଗୋରୁ ଓ ୩୬ଟି ମେଣ୍ଢାଙ୍କ ମୁତ୍ୟୁ ହୋଇଥିଲା । କିନ୍ତୁ ବଜ୍ରାଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋରୁ ଚରାଳି ଆନନ୍ଦ ଦେହୁରୀ । ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ତେବେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.