Latest Odisha News

BREAKING NEWS

ଆଫଗାନିସ୍ତାନର ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ,ଏପର୍ଯ୍ୟନ୍ତ ୩୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷୀଣ ଆଫଗାନିସ୍ତାନର କାନ୍ଦାହାର ଠାରେ ଥିବା ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦ୍ରୀୟ ମିରୱାଇସ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ଆଜି ମସଜିଦରେ ଶୁକ୍ରବାର ପ୍ରାର୍ଥନା ସଭା ଚାଲିଥିବା ସମୟରେ ଏପରି ଭୟଙ୍କର ବିସ୍ପୋରଣ ହୋଇଛି। ବିସ୍ପୋରଣରେ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ସେମାନେ ତିନୋଟି ଜାଗାରେ ବିସ୍ପୋରଣ ହେବା ଦେଖିଛନ୍ତି । ଗୋଟିଏ ମସଜିଦର ମୁଖ୍ୟଦ୍ୱାର,ଅନ୍ୟଟି ଦକ୍ଷୀଣ ଦ୍ୱାର ଓ ତୃତୀୟ ଯେଉଁଠାରେ ପ୍ରାର୍ଥନା ସଭା ପୂର୍ବରୁ ହାତ ଧୋଇଥାନ୍ତି । ଅନ୍ୟପଟେ ଏ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଂଶକା କରାଯାଉଛି । ଅକ୍ଟୋବର ୮ ତାରିଖରେ ଉତ୍ତର ଆଫଗାନିସ୍ତାନର ଏକ ମସଜିଦରେ ବି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସର୍ବନିମ୍ନ ୧୦୦ ଲୋକ ମରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.