Latest Odisha News

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଏହାପରେ ଇଡି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରିଛି।

ଖବର ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିନେତ୍ରୀ ଶୁକ୍ରବାର ଦିନ ଇଡି ଅଧିକାରୀଙ୍କ ନିକଟରେ ହାଜର ହୋଇନଥିଲେ। ପୂର୍ବରୁ ମଧ୍ୟ ୨ ଥର ଜ୍ୟାକଲିନ୍‌ଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ଇଡି।

ପୂର୍ବରୁ ଅଭିନେତ୍ରୀ ନୋରା ଫତେହୀଙ୍କୁ ଉକ୍ତ ମାମଲାରେ ଏଜେନ୍ସି ଦ୍ୱାରା ଡକାଯାଇ ପଚରାଉଚରା କରାଯାଇଥିଲା।

Comments are closed.