Latest Odisha News

BREAKING NEWS

ଡାକ୍ତରଖାନାରୁ ୩୨୦ ଡୋଜ କୋଭାକ୍ସିନ୍‌ ଟିକା ଚୋରି

ଜୟପୁର: ବୁଧବାର ଦିନ ଜୟପୁରର ଏକ ଡାକ୍ତରଖାନାରୁ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର ୩୨୦ ଡୋଜ ଚୋରି ହୋଇଛି। ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ଯିବା ବାଟରେ ଟିକା ଚୋରି ହୋଇଥିବା ଖବର ସାମ୍‌ନାକୁ ଆସିଛି।

କୋଭାକ୍ସିନର ଗୋଟିଏ ପାତ୍ରରେ ୧୦ ଟି ଟିକା ରହିଥାଏ। ୩୨ ଟି ପାତ୍ରରେ ୩୨୦ ଡୋଜ ଟିକା ରହିଥିଲା।

ଏହି ଘଟଣା ଜୟପୁରର ଶାସ୍ତ୍ରୀ ନଗରର କାନୱାଟିଆ ହସ୍ପିଟାଲରେ ଘଟିଛି। ହସ୍ପିଟାଲର ଅଧୀକ୍ଷକ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି।

ମୁଖ୍ୟ ଚିକିତ୍ସା ଅଧିକାରୀ ନରୋତ୍ତମ ଶର୍ମା କହିଛନ୍ତି, “ଡାକ୍ତରଖାନାରୁ ୩୨୦ ଡୋଜ ଚୋରି ହୋଇଯାଇଛି। ଆମେ ଘଟଣାର ତଦନ୍ତ କରି ପୋଲିସ ନିକଟରେ ମାମଲା ଦାୟର କରିଛୁ।”

Comments are closed.