Latest Odisha News

BREAKING NEWS

ବଟି ଆଦାୟ ମାମଲା: ସିବିଆଇରେ ହାଜର ହେଲେ ଅନୀଲ ଦେଶମୁଖ, ସିବିଆଇ କରିଥିଲା ସମନ

ମୁମ୍ୱାଇ: ବଟି ଆଦାୟ ମାମଲା । ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି । ଗତ ଏପ୍ରିଲ ୧୨ ତାରିଖରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏହାପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରକୁ ସିବିଆଇ ଜେରା କରି ବୟାନ ରେକର୍ଡ କରିଛି ।

ଅନୀଲ ଦେଶମୁଖଙ୍କ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଏନେଇ ଅଭିଯୋଗ କରିବା ସହ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ । ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ମହାରାଷ୍ଟ୍ର ସରକାର ଓ ଦେଶମୁଖ ସୁପ୍ରିମକୋର୍ଟ ଯାଇଥିଲେ ।

Leave A Reply

Your email address will not be published.