Latest Odisha News

BREAKING NEWS

ବରଗଡରୁ ୩୨୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବରଗଡ: ବରଗଡରେ ଅପରାଧ ଓ ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍‌ନ ନଜର । ପ୍ରଥମେ ବ୍ରାଉନସୁଗାର ଏବେ ବେଆଇନ ଭାବେ ମଦ ରନ୍ଧା, ବିକ୍ରି ଉପରେ ରୋକ୍ ଲଗାଇଛି ପୋଲିସ । ବରଗଡରେ ଲୁଚାଛପାରେ ଜୋରଦାର ଚାଲିଛି ମଦ କାରବାର । ଖବର ପାଇ ବଡ ଧରଣର ଚଢାଉ କରିଛି ପୋଲିସ ।

ଆମ୍ବାଭୋନା ଥାନା ଇଚ୍ଛାପୁର ଗାଁ ନିକଟରେ ବେଆଇନ ଭାବେ ଦେଶୀ ମଦ ପରିବହନ ଓ ବିକ୍ରି ହେଉଥିବା ଖବର ପାଇଥିଲା ପୋଲିସ । ଆମ୍ବାଭୋନା ପୋଲିସ ଚଢାଉ କରି ୩୨୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି ଚୋରା କାରବାରରେ ଲିପ୍ତ ୨ଜଣଙ୍କୁ ଗିରଫ କରିଛି । ଗିରଫ ୨ଜଣ ହେଲେ ମାଧବ ମାଝୀ ଓ ଟେକ୍ରାମ୍ ଚୌହାନ । ସେମାନଙ୍କ ନିକଟରୁ ଗୋଟିଏ ବଜାଜ୍ ପ୍ଲାଟିନା ମୋଟରସାଇକେଲ ଓ ଗୋଟେ କେଜି ୟୁରିଆ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବରଗଡ ଏସଡିପିଓ ସୁଶ୍ରୀ ଏ.ବି ଶିଳ୍ପା । କିଛିଦିନ ତଳେ ରେଳଗ୍ଧେସନ ନିକଟରେ ଧଳାଜହର ବେପାରର ପର୍ଦ୍ଦାଫାଶ କରିଥିଲା ପୋଲିସ । ୨୧ଗ୍ରାମ ବ୍ରାଉନସୁଗାର ସହ ବେପାରୀଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.