Latest Odisha News

ରାଜ୍ୟରେ କମିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାରେ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଚାରି ହଜାର ତଳକୁ ଖସିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୨୩୫ ନୂଆ ଆକ୍ରାନ୍ତ ।

କ୍ୱାରେଣ୍ଟାଇନରୁ ୧୯ ଶହ ୫୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୩୨୦ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କମିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧାରୁ ୫୦୨ ଓ କଟକରୁ ବାହାରିଛନ୍ତି ୩୧୮ ଆକ୍ରାନ୍ତ ।

ସେହିପରି ଅନୁଗୋଳରୁ ୧୭୯, ବରଗଡ଼ରୁ ୧୩୭, ନବରଙ୍ଗପୁରରୁ ୧୨୪, ସମ୍ୱଲପୁରରୁ ୧୨୦, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ୧୧୮ ନୂଆ ଆକ୍ରାନ୍ତ । ସେହିପରି ଯାଜପୁରରୁ ୧୧୦, ନୂଆପଡ଼ାରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ବାଲେଶ୍ୱରରୁ ବାହାରିଛନ୍ତି ୧୦୦ ପଜିଟିଭ୍ ବା।

ବଲାଙ୍ଗୀର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୦୧ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଶହେ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍ କେସ୍ ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି ।

Comments are closed.