ଚଣ୍ଡୀଗଡ଼: ଦେଶରେ ଭୟଙ୍କର ରୂପ ନେଲାଣି କରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତଥା ରାଜନେତା ଏହାର ଶିକାର ହୋଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରାଜନେତା ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାମଧ୍ୟରେ ପଞ୍ଜାବରେ କରୋନା ସଂକ୍ରମିତ ବିଧାୟକଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୫ ଜଣ ମନ୍ତ୍ରୀ ଅଛନ୍ତି । ସୂଚନାନୁସାରେ ପଞ୍ଜାବରେ ମୋଟ ବିଧାୟକଙ୍କ ସଂଖ୍ୟା ରହିଛି ୧୧୭ ।
ଗୁରୁବାର ଦିନ ୪ ଜଣ ବିଧାୟକ କରୋନା ପଜିଟିଭି ଚିହ୍ନଟ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅନ୍ୟପଟେ କରୋନା ମୃତ୍ୟୁ ହାରରେ ଦେଶର ତୃତୀୟ ସ୍ଥାନରେ ରହିଛି ପଞ୍ଜାବ । ଏଠାରେ ମୃତ୍ୟୁ ହାର ରହିଛି ୨.୮ %। ଦିଲ୍ଲୀରେ ମୃତ୍ୟୁହାର ରହିଛି ୧.୮ ପ୍ରତିଶତ ।
Comments are closed.