Latest Odisha News

ଦାଦନ ଯନ୍ତ୍ରଣା: ତେଲେଙ୍ଗାନାରୁ ଉଦ୍ଧାର ହେଲେ ୩୩ ଶ୍ରମିକ

ବରଗଡ: ଓଡିଶାର ପାଖାପାଖି ୩୩ଜଣ ଶ୍ରମିକ ଦଲାଲଙ୍କ ଦ୍ୱାରା ଇଟାଭାଟିକୁ କାମ କରିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡିଥିଲେ । ପଡୋଶୀ ରାଜ୍ୟ ତେଲେଙ୍ଗାନାର ପେଟାପଲ୍ଲୀ ଜିଲ୍ଲା ସ୍ଥିତ ପାଣ୍ଡୁଲାପଲ୍ଲୀ ଗାଁରୁ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଓଡିଶାର ଶ୍ରମ ବିଭାଗ । ଜଣେ ଦାଦନ ଶ୍ରମିକ ଫୋନ ଯୋଗେ ନିଜ ପରିବାର ସଦସ୍ୟଙ୍କୁ ଭିଡିଓ ଜାରି କରି ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପରେ ରାଜ୍ୟ ଶ୍ରମ ବିଭାଗ ସତର୍କ ହୋଇଯାଇଥିଲା ।

ଓଡିଶାର ବରଗଡ ଜିଲ୍ଲା ପାଇକମାଳ ବ୍ଲକର ଯୋଗେନ୍ଦ୍ରନାଥପୁର ଗାଁର ଶ୍ରମିକମାନେ ତେଲେଙ୍ଗାନାର ଇଟାଭାଟିକୁ କାମ କରିବାକୁ ଯାଇଥିଲେ । କିନ୍ତୁ ଇଟାଭାଟି ମାଲିକ ତାଙ୍କୁ ନିର୍ଯ୍ୟାତନା ଦେବା ସହିତ ଘରକୁ ଯିବାକୁ ଅନୁମତି ଦେଉନଥିଲା । ଜଣେ ଶ୍ରମିକଙ୍କ କହିବାନୁସାରେ, ଛୁଟି ମାଗିଲେ ମାଡ ମାରୁଥିଲେ ଓ ଦିନ ରାତି କାମ କରାଉଥିଲେ । ସେମାନଙ୍କୁ ମଜୁରି ମଧ୍ୟ ଦେଉନଥିଲେ ।

ଓଡିଶା ଓ ତେଲେଙ୍ଗାନା ସରକାର ୩୫ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩୩ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରହିଯାଇଥିବା ଆଉ ଦୁଇଜଣ କୁଳମଣୀ ବରିହା ଓ ଜଳନ୍ଧରଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.