Latest Odisha News

ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ତମନ୍ନା,ଟ୍ରୋଲ ହେଲେ ଏହି ଯୋଡ଼ି

ମୁମ୍ବାଇ: ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ତମନ୍ନା ଭାଟିଆ । ଫିଲ୍ମ ‘ଜେଲର’ରେ ଉଭୟ ରଜନୀକାନ୍ତ ଓ ତମନ୍ନା ଏକାଠି ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ତମନ୍ନା ଜବରଦସ୍ତ ଡ଼୍ୟାନ୍ସ କରୁଛନ୍ତି । ଏହି ଯୋଡ଼ିକୁ ଦେଖିବା ପାଇଁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି ।

ଫିଲ୍ମ ‘ଜେଲର’ରେ ରଜନୀକାନ୍ତ ଓ ତମନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ତମନ୍ନାଙ୍କୁ ୩୩ ବର୍ଷ ବୟସ ହୋଇଥିବା ବେଳେ ରଜନୀକାନ୍ତଙ୍କୁ ୭୨ ବର୍ଷ । ଏହି ଦୁଇ କଳାକାରଙ୍କ ମଧ୍ୟରେ ୩୯ ବର୍ଷର ବୟସ ବ୍ୟବଧାନ ରହିଛି । ତେଣୁ ଉଭୟଙ୍କୁୁ ଖୁବ୍ ଟ୍ରୋଲ୍ କରାଯାଉଛି । ରଜନୀକାନ୍ତଙ୍କ ପୂର୍ବରୁ ତମନ୍ନା ୬୭ ବର୍ଷୀୟ ଚୀରଞ୍ଜିବୀଙ୍କ ବିପକ୍ଷରେ ‘ଭୋଲା ଶଙ୍କର’ରେ ଅଭିନୟ କରି ସାରିଛନ୍ତି ।

ଅତ୍ୟଧିକ ବୟସ ବ୍ୟବଧାନ ଥିବା ଅଭିନେତାମାନଙ୍କ ସହ ଅଭିନୟ କରିବା ନେଇ ତମନ୍ନା କହିଛନ୍ତି ଯେ, ପରଦାରେ ଯେଉଁ ଚରିତ୍ର ନିଭାଉଛୁ, ତାହାକୁ ଦେଖନ୍ତୁ । ବୟସ ବ୍ୟବଧାନ ଦେଖନ୍ତୁ ନାହିଁ । ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଥାଲାଇଭର୍ ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Comments are closed.