Latest Odisha News

BREAKING NEWS

ଚିହ୍ନଟ ହେଲେ ଆଉ ୩,୩୨୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ

ଭୁବନେଶ୍ୱରେ: ରାଜ୍ୟରେ କରୋନାକୁ ଲାଗୁନି ଲଗାମ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୩ ହଜାର ୩୨୬ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧,୯୪୫ ଜଣ କ୍ୱାରେଂଟାଇନ୍‌ର ଥିବା ବେଳେ ଲୋକାଲ କଂଟାକ୍ଟ କେସ୍ ୧,୩୮୧ ରହିଛି ।

ଆଜି ବି ଚିହ୍ନଟ ସଂକ୍ରମିତଙ୍କ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୬୮, ଯାଜପୁରରୁ ୧୪୮, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୧୨୨, ବଲାଙ୍ଗିରରୁ ୧୦୩, ଝାରସୁଗୁଡାରୁ ଓ ସମ୍ବଲପୁରରୁ ୧୦୭ ଜଣ ଲେଖାଏଁ, ନୂଆପଡାରୁ ୧୪୭, ମୟୂରଭଂଜରୁ ୧୩୧, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୧୦୧ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ ରହିଛି । ଏଥିମଧ୍ୟରୁ ୩୩, ୫୫୯ ଆକ୍ଟିଭ କେସ୍ ରହିଛି । ସେହିପରି ୧ ଲକ୍ଷ ୯୮ ହଜାର ୧୯୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ଏଯାଏଁ ୯୦୭ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.