Latest Odisha News

BREAKING NEWS

ବିଦ୍ୟୁତ ବିଭ୍ରାଟରୁ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ

ଭୁବନେଶ୍ୱର: ବିଦ୍ୟୁତ ବିଭ୍ରାଟ କାରଣରୁ ସେପ୍ଟେମ୍ବର ୩୦ ତାରିଖ ରାତିରୁ ନବରତ୍ନ କମ୍ପାନୀ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳରେ ଥିବା କମ୍ପାନୀର ସ୍ମେଲଟରରେ ୮୦ଟି ପଟ୍ ଅଚଳ ହୋଇ ପଡ଼ିଛି । ବୈଷୟିକ ତ୍ରୁଟି ଯୋଗୁ କମ୍ପାନୀର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ (ସିପିପି) ଓ ରାଜ୍ୟ ଗ୍ରୀଡରୁ ବିଦ୍ୟୁତ୍ ଯୋଗାଣ ହୋଇ ପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଗତ ବୁଧବାର ରାତି ପ୍ରାୟ ୧୦.୫୦ ମିନିଟରେ ସିପିପିରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଯାହାଦ୍ୱାରା ଉତ୍ପାଦନ ପ୍ରଭାବିତ ହୋଇଛି । ଏହାଦ୍ୱାରା କମ୍ପାନୀ ଗ୍ରୀଡକୋଠାରୁ ୨୮୫ ମେଗାୱାଟ ବିଦ୍ୟୁତ ଆମଦାନୀ କରିବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି । ତଥାପି ଫିଡର ଲାଇନରେ ତ୍ରୁଟି ରହିଲା । ଆଗେଇ ପାରିଲା ନାହିଁ ଆଲୁମିନିୟମ ଉତ୍ପାଦନ ।

ପ୍ରାଥମିକ ପର୍ଯ୍ୟାୟରେ ୫୭ଟି ପଟ୍ ଅଚଳ ହୋଇଥିବା ବେଳେ ପରେ ଏହି ସଂଖ୍ୟା ୮୦କୁ ବୃଦ୍ଧି ପାଇଥିଲା । କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ । କିନ୍ତୁ ବିଦ୍ୟୁତ ବିଭ୍ରାଟ ଯୋଗୁ ନାଲକୋର କୋଟି କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି । ନାଲକୋର ସ୍ମେଲଟରରେ ଚାରିଟି ଧାଡ଼ିରେ ୯୬୦ଟି ପଟ୍ ରହିଛି ।

Leave A Reply

Your email address will not be published.