Latest Odisha News

BREAKING NEWS

ଭୁବନେଶ୍ବରରୁ ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୩୮ ଜଣ କରୋନା ଆକ୍ରାନ୍ତ । ସ୍ଥାନୀୟ ଅଞ୍ଚଳରୁ ୨୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କ୍ବାରେଣ୍ଟାଇନରୁ ୪୮ ଜଣ ପଜିଟିଭ୍ ଅଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୨୯୦ଜଣଙ୍କ ମଧ୍ୟରୁ ଖଣ୍ଡଗିରିରୁ ୧୯ଜଣ, ନୟାପଲ୍ଲୀରୁ ୧୪, ଓଲ୍ଡ ଟାଉନରୁ ୧୩, ବାଣୀବିହାରରୁ ୧୦, ୟୁନିଟ-୮ରୁ ୧୦ଜଣ, କଳ୍ପନାରୁ ୯ଜଣ, ବରମୁଣ୍ଡାରୁ ୮ଜଣ, ସାମନ୍ତରାପୁରରୁ ୮ଜଣ, ରସୁଲଗଡ଼ରୁ ୬ଜଣ ଓ ଶାସ୍ତ୍ରୀନଗରରୁ ୬ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୪୮ ଜଣଙ୍କ ମଧ୍ୟରୁ ଜାଗମରାରୁ ୫ଜଣ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ୟୁନିଟ୍ ୩ରୁ ୪ ଜଣ ଲେଖାଏଁ, ପୋଖରୀପୁଟ, ମଞ୍ଚେଶ୍ବର, ବରମୁଣ୍ଡା, ସୁନ୍ଦରପଦା, ବମିଖାଲ, ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୬୭୯ରେ ପହଞ୍ଚିଥିବା ବେଳେ ୨୫୦ ଜଣଙ୍କ ଜୀବନ ନେଇଛି ଭାଇରସ ।

Leave A Reply

Your email address will not be published.