Latest Odisha News

BREAKING NEWS

ଆଇପିଏଲ: କମାଲ କଲେ ବାଙ୍ଗାଲୋର ବୟ

ଚେନ୍ନାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଏଠାରେ ରବିବାର ଅନୁଷ୍ଠିତ ମୁକାବିଲାରେ ବାଙ୍ଗାଲୋର ୩୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଗ୍ଲେନ ମ୍ୟାକ୍ସୱେଲ(୭୮) ଓ ଏବି ଡିଭିଲର୍ସ(୭୬ ନଟଆଉଟ) ବିସ୍ଫୋରକ ବ୍ୟାଟିଂ ସହାୟତାରେ ୨୦ ଓଭରରେ ୪ ଉଇକେଟ ବିନିମୟରେ ୨୦୪ ରନ କରିଥିଲା ।

ଜବାବରେ କୋଲକାତା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩୧ ଓ ଇଅନ ମୋର୍ଗାନ ୨୯ ରନ କରିଥିଲେ । ବାଙ୍ଗାଲୋରର କାୟଲ ଜେମିସନ ସର୍ବାଧିକ ୩ଟି ଉଇକେଟ ନେଇଥିଲେ । ବାଙ୍ଗାଲୋର କ୍ରମାଗତ ୩ଟି ମ୍ୟାଚରେ ବିଜୟୀ ହୋଇ ପଂଏଟ ଟେବୁଲର ଶୀର୍ଷରେ ପଂହଚିଛି ।

Leave A Reply

Your email address will not be published.