Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ବର୍ଷା ବିଭୀଷିକା: ମୃତ୍ୟୁସଂଖ୍ୟା ୩୪, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଡେରାଡୁନ୍: ଲଗାଣ ବର୍ଷାରେ ଦେବଭୂମି ଉତ୍ତରାଖଣ୍ଡରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ବାଦଲଫଟା ବର୍ଷା ଓ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁ ୩୪ ଜଣଙ୍କର ଜୀବନ ଗଲାଣି । ବହୁ ଲୋକ ନିଖୋଜ ଅଛନ୍ତି । ଶତାଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଭଊସ୍ଖଳନ ଯୋଗୁ ନୈନିତାଲକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ।

କେଉଁଠି ବ୍ରିଜ୍ ଧୋଇ ଯାଇଛି ତ ଆଉ କେଉଁଠି ରାସ୍ତାଘାଟ, ଲୋକଙ୍କ ଘରଦ୍ୱାର । ନଦୀ ନାଳ ଫୁଲ । ରାସ୍ତାରେ ପ୍ରବଳ ପାଣିର ସୁଅ । ରାସ୍ତାଘାଟ, ଘରଦ୍ୱାର ବୁଡିଛି । ଭସାଇ ନେଇଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିମୋଟର । ଆଖି ଯୁଆଡ଼େ ବୁଲାଇଲେ ଖାଲା ଦିଶୁଛି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ବହୁ ପର୍ଯ୍ୟଟକ ଅଟକି ରହିଛନ୍ତି ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛି ଏନଡିଆରଏଫ୍ ଟିମ୍ । ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ୧୫ଟି ଟିମ୍ ମୁତୟନ ଅଛି । ସେନାର ୩ଟି ହେଲିକପ୍ଟର ବି ନିୟୋଜିତ ଅଛି । ଉତ୍ତରକାଶୀ, ଚାମୋଲି. ଡେରାଡୁନ୍, ପିଥୋରଗଡ଼, ହରିଦ୍ୱାରରେ ବର୍ଷା ବିତ୍ପାତ ଆଣିଛି । ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘର ଭାଙ୍ଗିଯାଇଥିବା ଲୋକଙ୍କୁ ମିଳିବ ୧ଲକ୍ଷ ୯୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.