Latest Odisha News

୧୬ରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ତରଫରୁ ଆସନ୍ତା ୧୬ ମାର୍ଚ୍ଚରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ  ଆୟୋଜିତ ହେବ। ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ସମାରୋହ ଅନୁଷ୍ଠିତ ହୋଇଥାଏ।

ଏହି ଅବସରରେ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତି ଚାରଣ ସହ ତିନୋଟି ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହାସହ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.