Latest Odisha News

BREAKING NEWS

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ୩୫ରୁ ଅଧିକ ମୃତ

ମେଦିନା: ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ମେଦିନା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ମେଦିନାରୁ ମେକ୍କା ସହରକୁ ସଂଯୋଗ କରୁଥିବା ରାସ୍ତାରେ ବସଟି ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଇଥିବା ବେଳେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି ।

ଏହି ବସରେ ଏସିଆ ମହାଦେଶ ତଥା ସାଉଦି ଆରବର ନାଗରିକ ଯାତ୍ରା କରୁଥିବା ବେଳେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.