Latest Odisha News

BREAKING NEWS

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ଆଗୁକୁ ଆସୁଛି ମହାପ୍ରଭୁ ଶୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ । ପୁରୀ ଜିଲ୍ଲାକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ, ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ୫୩୦ ଜଣ ହୋମଗାର୍ଡ, ଏଏସଆଇ ଓ ଏସଆଇ ରାଙ୍କର ୧୬୦ ଜଣ, ୪୪ ଜଣ ଇନ୍ସପେକ୍ଟର, ୨୦ ଜଣ ଡିଐସପି ଓ ୬ ଜଣ ଅତିରିକ୍ତ ଏସପି ରାଙ୍କର ଅଧିକାରୀ ମୁତୟନ ହେବେ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀର ୫ଟି ପ୍ରମୁଖ ପ୍ରବେଶ ପଥରେ ପୋଲିସ ମୁତୟନ ହେବା ସହ ୧୨ଟି ସିସିଟିଭି ଦ୍ବାରା ଅନୁଧ୍ୟାନ କରାଯିବ । ସେହିପରି ବିନା ଅନୁମତିପ୍ରାପ୍ତ କୌଣସି ବି ଲୋକଙ୍କୁ ବଡଦାଣ୍ଡକୁ ବାରଣ କରାଯାଇଛି । ବଡଦାଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ତିନି ପ୍ରକାର କର୍ଡନ କରାଯାଇଛି । ଏନେଇ ଆଜି ପୁରୀ ଏସପିଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ସେହିପରି ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକ । ଭର୍ଚୁଆଲରେ ଏହି ବୈଠକ ବସିବାକୁ ଥିବା ବେଳେ, ରାଜେନ୍ଦ୍ରାଭିଷେକ ନୀତି ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଚୂଡାନ୍ତ ନେଇ ଆଲୋଚନା କରାଯିବ । ସେହିପରି ଆସନ୍ତାକାଲିଠାରୁ ସେବାୟତ ମାନଙ୍କର ତିନି ଦିନ ଧରି ଅନୁଷ୍ଠିତ ହେବ RTPCR କୋଭିଡ ଟେଷ୍ଟ । ଦେବସ୍ନାନ ପୂର୍ଣ୍ଣିମା ଦିନ ନୀତିରେ ନିୟୋଜିତ ଥିବା ସେବାୟତଙ୍କର କରାଯିବ କୋଭିଡ ଟେଷ୍ଟ ।

Leave A Reply

Your email address will not be published.