Latest Odisha News

BREAKING NEWS

ଦେଶରେ କମୁଛି କରୋନା ସଂକ୍ରମଣ, ଟ୍ରେନ୍ ଚଳାଚଳ କରିବାକୁ ରେଳବାଇର ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମର । ଧିରେ ସ୍ଥିତି ସୁଧୁରୁଥିବା ବେଳେ, ଏବେ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସ୍ଥାନୀୟ ଅଞ୍ଚଳର ସ୍ଥିତି ଓ କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଅଧିକ ଟ୍ରେନ ଚଳାଚଳ କରିବାକୁ ପଦକ୍ଷେପ ନେଇଛି ରେଳବାଇ । କେବଳ ଜୁନରେ ସାରା ଦେଶରେ ୬୬୦ରୁ ଅଧିକ ଟ୍ରେନ ଚଳାଚଳ କରାଯାଇଛି । ଏହାସହ ଅଟକି ରହିଥିବା ଶ୍ରମିକ, ବିଭିନ୍ନ ସ୍ଥାନରେ ଫସିଥିବା ଯାତ୍ରୀଙ୍କ ସୁବିଧା ଲାଗି ଏହି ପଦକ୍ଷେପ ନିଆଯାଇଛି ।

କୋଭିଡ ମହାମାରୀରେ ପୂର୍ବରୁ ଦେଶରେ ୧୭୬୮ଟି ମେଲ୍ ଓ ଏକ୍ସପ୍ରେସ ଚଳାଚଳ କରୁଥିଲା । ମାତ୍ର ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇବା ସହ ଟ୍ରେନ ସଂଖ୍ୟା ହ୍ରାସ ପାଇଥିଲା । ଗତ ଶୁକ୍ରବାର ସୁଦ୍ଧା ଦେଶରେ ୯୮୩ଟି ମେଲ୍ ଓ ଏକ୍ସପ୍ରେସ ଚଳାଚଳ କରୁଛି । ତେବେ ସ୍ଥିତି ସୁଧୁରିଲେ ଟ୍ରେନ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସେହିପରି ଜୁନ ପହିଲା ସୁଦ୍ଧା ପ୍ରାୟ ୮୦୦ ମେଲ୍ ଓ ଏକ୍ସପ୍ରେସ ଚଳାଚଳ କରୁଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଯଦି ଆଗଜୁ କୋଭିଡ ସ୍ଥିତିରେ ଆହୁରି ସୁଧାର ଆସେ, ତେବେ ଧୀରେ ଧୀରେ ଟ୍ରେନ ସଂଖ୍ୟା ବଢ଼ାଇବା ଲାଗି ଜୋନାଲ ରେଳବାଇକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.