Latest Odisha News

BREAKING NEWS

ଜଙ୍ଗଲରୁ ୩୫୦ ଲିଟର ଦେଶୀ ମଦ ଜବତ; ୧୨ ହଜାର ୫ଶହ କିଲୋ ପୋଚ ନଷ୍ଟ କଲା ବନ ବିଭାଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତିକୁ ନଷ୍ଟ କଲା ଅବକାରୀ ବିଭାଗ । ଅବକାରୀ କର୍ମଚାରୀ ଡ୍ରମରେ ଥିବା ପୋଚ ଗୁଡିକୁ ଢାଳି ନଷ୍ଟ କରିଥିବା ବେଳେ ବିକ୍ରି ପାଇଁ ଥିବା ୩୫୦ ଲିଟର ଦେଶୀ ମଦ ମଧ୍ୟ ନଷ୍ଟ କରାଯାଇଥିଲା । ଏହା ସହିତ ଘଟଣାସ୍ଥଳରୁ ୧୨ ହଜାର ୫ଶହ କିଲୋ ପୋଚ ନଷ୍ଟ କରାଯାଇଥିବା ସୂଚନା ରହିଛି ।

ଖବର ମୁତାବକ, ପଥୁରିଆ ଗ୍ରାମ ନିକଟ ଜଙ୍ଗଲ ଭିତରେ ମଦ ରୋଷେଇ ଚାଲିଥିବା ନେଇ ଉଦଳା ଅବକାରୀ ବିଭାଗ ଖବର ପାଇବା ପରେ କର୍ମଚାରୀ ମାନେ ଚଢାଉ କରି ଦୁଇ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମଦ ସାମ୍ରାଜ୍ୟକୁ ନଷ୍ଟ କରିବା ସହ ଘଟଣାସ୍ଥଳରେ ମଦ ବେପାରୀ ଛାଡି ଯାଇଥିବା ଦୁଇ ଗୋଟି ବାଇକକୁ ବିଭାଗ ଜବତ କରାଯାଇଛି ।

ଖୁବଶୀଘ୍ର ଫେରାର ହୋଇଯାଇଥିବା ଦୁଇ ଜଣ ମଦ ବେପାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅବକାରୀ ଇନ୍ସପେକ୍ଟର ।

Comments are closed.