Latest Odisha News

BREAKING NEWS

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୫ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ

୩୫ ହଜାର ୮୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ହଜାର ୭୪୧ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫କୁ ବୃଦ୍ଧି ପାଇଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୦୨୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୨୧୬ରେ ପହଞ୍ଚିଛି । ଏବେ ଦେଶରେ ୨ ଲକ୍ଷ ୫୨ ହଜାର ୩୬୪ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.