Latest Odisha News

BREAKING NEWS

ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଟିକାକରଣ

ଭୁବନେଶ୍ବର: ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କୋରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ୩୦୦ ସେବାୟତଙ୍କ ଟିକାକରଣ କରାଯିବ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମାର୍ଚ ୧୬ ସୁଦ୍ଧା ୧ ଲକ୍ଷ ୭ ହଜାର ୬୭୮ ଜଣ ଟିକା ନେଇଛନ୍ତି । ତନ୍ମଧ୍ୟରୁ ୪୪,୨୪୪ ଜଣ ସ୍ବାସ୍ଥ୍ୟକର୍ମୀ ଓ ୪୦,୦୭୯ ଜଣ ବୟସ୍କ ଟିକା ନେଇଛନ୍ତି ।

ଆହୁରି ମଧ୍ୟ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଥିବା ବେଳେ, ଘରୋଇ ହସ୍ପିଟାଲରେ ରବିବାର ଓ ଅନ୍ୟ ଛୁଟିଦିନ ବ୍ୟତୀତ ଅନ୍ୟଦିନ ମାନଙ୍କରେ ଟିକାକରଣ କରାଯାଉଥିବା ନେଇ ପୂର୍ବରୁ ବିଏମସି କମିଶନର ସୂଚନା ଦେଇଥିଲେ ।

Leave A Reply

Your email address will not be published.