Latest Odisha News

BREAKING NEWS

ମାନସିକ ଚାପ ଏବଂ ଚିନ୍ତା ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଯୋଗାଭ୍ୟାସ

ମାନସିକ ଚାପ ଆମମାନଙ୍କ ସ୍ଵାସ୍ଥ୍ୟରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଲୋକ ବିଭିନ୍ନ କାରଣକୁ ନେଇ ଲୋକେ ଚିନ୍ତାରେ ରହୁଥିବା ଦେଖିବାକୁ ମିଳୁଛି । ଯେତେବେଳେ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଏକା ସଙ୍ଗେ ମାଡିବସେ ସେତେବେଳେ ଅବସାଦ ବା ଅନ୍ୟ ସ୍ଵାସ୍ଥ୍ୟ ସଂପର୍କିତ ରୋଗର ଆମେ ଶିକାର ହୋଇଥାଉ । ଏଭଳି ପରିସ୍ଥିତିରେ ଆମେ ନିଜ ପାଇଁ କିଛି ସମୟ କାଢି ଯୋଗାଭ୍ୟାସ କରିପାରିଲେ ଏହା ଆମ ପାଇଁ ବେଶ ଲାଭପ୍ରଦ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ, ସବୁବେଳେ ଚଳପ୍ରଚଳ ହୁଅନ୍ତୁ । ଏପରିକି ଆପଣ ଚାହିଁଲେ ସରଳ ବ୍ୟୟାମ ଅଭ୍ୟାସ ନିଜ ଦିନଚର‌୍ୟ୍ୟାରେ ଆପଣାଇ ପାରିବେ । ଏହା ଆପଣଙ୍କ ହୃଦୟକୁ ସର୍ବଦା ସକ୍ରିୟ ରଖିବାରେ ସାହାଯ୍ୟ କରିବ ।

ଯଦିଓ ଆପଣ ନିଜ ମନ ପସନ୍ଦର ଯେକୌଣସି ବ୍ୟୟାମ ଚେଷ୍ଟା କରିପାରିବେ, ତେବେ ଚାପରୁ ମୁକ୍ତି ପାଇଁ ଯୋଗାଭ୍ୟାସ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବ। ପ୍ରାଣାୟାମ ଏବଂ ଧ୍ୟାନ ହେଉଛି ଯୋଗାଭ୍ୟାସର ଅଂଶ । ପ୍ରତିଦିନ ଏହି ଅଭ୍ୟାସ ଆପଣାଇବା ଦ୍ଵାରା ଆପଣଙ୍କ ମାନସିକ ଚାପ ହ୍ରାସ ହେବା ସହ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ। ଚାପ ହ୍ରାସ କରିବା ପାଇଁ ଚାଲନ୍ତୁ ଜାଣିବା କିଛି ନିର୍ଦ୍ଦିଷ୍ଟ ଏବଂ ସରଳ ଯୋଗାଭ୍ୟାସ ।

ବାଲାସନ

ପ୍ରଥମେ ଆଣ୍ଠୁମାଡି ବସନ୍ତୁ । ନିଜର ଗୋଇଠି ଉପରେ ଶରୀରର ପଛଭାଗକୁ ରଖନ୍ତୁ ଏବଂ ମୁଣ୍ଡକୁ ଆଗକୁ ନୁଆଁଇ ଯୋଗ ମ୍ୟାଟ୍ ରେ ରଖନ୍ତୁ। ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ଵରେ ରଖନ୍ତୁ। ଯଦି ମୁଣ୍ଡ ନୁଆଁଇବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣ ଗୋଡ ମଝିରେ ଏକ ଗୋଲ ତକିଆ ବ୍ୟବହାର କରି ସେଥିରେ ମୁଣ୍ଡଦେଇ ଏହିପରି ଅଭ୍ୟାସ କରିପାରିବେ। ଯେତେସମୟ ପର‌୍ୟ୍ୟନ୍ତ ଆପଣ ଏହି ଆସନରେ ଆରାମ ଅନୁଭବ କରିପାରୁଛନ୍ତି ସେତେ ସମୟ ପର‌୍ୟନ୍ତ ଏହି ପରି ଅବସ୍ଥାରେ ରୁହନ୍ତୁ।

ବାଲାସନ ହେଉଛି ଏକ ଆରାମଦାୟକ ଯୋଗାଭ୍ୟାସ । ଏହା କରିବା ଦ୍ଵାରା ଆମ ପେଟରେ ଥିବା ନର୍ଭସ ଟେନସନ ଦୂର ହେବା ସହିତ ମାନସିକ ସ୍ଥିରତା ଆସିଥାଏ।

ପବନମୁଖାସନ
ଉଭୟ ଗୋଡକୁ ଆଣ୍ଠୁଯାଏଁ ମୋଡନ୍ତୁ, ଆଣ୍ଠୁ ଏବଂ ଗୋଇଠି ଗୋଟିଏ ସରଳରେଖାରେ ଜଂଘ ଉପରେ ରଖି, ଜଂଘକୁ ନିଜ ପେଟ ଉପରେ ରଖନ୍ତୁ। ଉଭୟ ହାତକୁ ଆଣ୍ଠୁରେ ଜାବୁଡି ଧରନ୍ତୁ । ବେକକୁ ଟିକେ ବଙ୍କା କରି ଥୋଡିକୁ ଆଣ୍ଠୁ ମଝିରେ ରଖନ୍ତୁ। ଏହି ପରି ଆସନରେ କିଛି ସମୟ ରୁହନ୍ତୁ ଏବଂ ଏହି ଯୋଗାଭ୍ୟାସ ସମୟରେ ସାଧାରଣଭାବେ ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ ।
ଏହି ଯୋଗାଭ୍ୟାସ ଆପଣଙ୍କର ମାନସିକ ସ୍ଥିରତା ଆଣିବାରେ ସାହାଯ୍ୟ କରେ । କହିବାକୁ ଗଲେ ଏହି ଯୋଗାଭ୍ୟାସ ନିଜକୁ ଆଲିଙ୍ଗନ କରିବା ସହ ସମାନ।

ବ୍ରହ୍ମାରୀ
ଚକାମାଡି ବିଶ୍ରାମ କଲା ଭଲି ବସନ୍ତୁ ଏବଂ ଏକ ନିୟନ୍ତ୍ରିତ ଢଙ୍ଗରେ ଉଭୟ ନାକରେ ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ । ଏହା କରିବା ଦ୍ଵାରା ମନ ଶାନ୍ତ ହୋଇଥାଏ, ଭଲ ନିଦ ହୋଇଥାଏ ଏବଂ ମନରେ ଆସୁଥିବା ଅଯଥା ଚିନ୍ତାଧାରାର ପ୍ରବାହକୁ କମାଇଥାଏ ।

Leave A Reply

Your email address will not be published.