Latest Odisha News

BREAKING NEWS

ଆସନ୍ତା ବର୍ଷଠାରୁ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ସ୍କୁଲ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଶିକ୍ଷାବର୍ଷଠାରୁ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ବିଦ୍ୟାଳୟ ଖୋଲାଯିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରି କହିଛନ୍ତି ଯେ, ୩୦ଟି ଆଦର୍ଶ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ଶ୍ରେଣୀଭୁକ୍ତ କରାଯିବ ।

ନବ ନିଯୁକ୍ତ ଶିକ୍ଷକ ଏବଂ ଓରିଏଣ୍ଟସନ କାର୍ଯ୍ୟକ୍ରମରେ ଥିବା ଅଧ୍ୟକ୍ଷମାନଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହିପରି ରାଜ୍ୟରେ ୨୧୪ଟି ବ୍ଲକରେ କାର୍ଯ୍ୟ କରୁଛି ।

ଏସମ୍ପର୍କରେ ପୂର୍ବରୁ ସୂଚନା ପ୍ରଦାନ କରି ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଓଡ଼ିଶା ସମ୍ବାଦକୁ କହିଛନ୍ତି ।

ରାଜ୍ୟର ୩୧୪ଟି ବ୍ଲକରେ ଆଦର୍ଶ ମଡେ଼ଲ୍ ବିଦ୍ୟାଳୟ ଖୋଲିବାକୁ ଯାଉଛି । ଇଂରାଜୀରେ ଶିକ୍ଷା ପ୍ରଦାନ କରାଯିବା ଫଳରେ ୧,୭୫,୮୪୦ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହା ସିବିଏସଇ ସହିତ ଅନୁବନ୍ଧ ହେବ ।

ଏହି ଅବସରରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚର ପିଲାମାନଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟ୍ ଲୋକାର୍ପର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.