Latest Odisha News

BREAKING NEWS

ମୋବାଇଲ୍ ପରାମର୍ଶରେ ପ୍ରଚୁର ଦୁଗ୍ଧ ଉତ୍ପାଦନ କଲେ ଓଡିଶାର ଏହି ଗୋପାଳନ ଚାଷୀ, ଜାଣନ୍ତୁ

ଗଞ୍ଜାମ: ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ୍ ତଥା ହାଇଟେକ୍ ହେଉଥିବା ବେଳେ ସେଥିରେ ଚାଷବାସ ମଧ୍ୟ ସାମିଲ ହୋଇଗଲାଣି । ଏବେ କୃଷକ ତଥା ଚାଷୀମାନେ ମଧ୍ୟ ଇଣ୍ଟରନେଟ୍ ଏବଂ ମୋବାଇଲର ବ୍ୟବହାର କରି ଶିକ୍ଷିତ ହେବାସହ ବିଭିନ୍ନ ପରାମର୍ଶକୁ ଚାଷବାସ କାର୍ଯ୍ୟରେ ଉପଯୋଗ କରି ଅଧିକ ରୋଜଗାର ମଧ୍ୟ କରିପାରୁଛନ୍ତି ।

ସେଭଳି କିଛି ଚାଷୀଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସିକ୍ରି ଗ୍ରାମର ବାସିନ୍ଦା ସୌରାଜ୍ୟ ଗୌଡା । ଯିଏକି ମାତ୍ର ୪ଟି ଗାଈରୁ ନିଜର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଜି ପାଖାପାଖି ୧୩ଟି ଗାଈର ମାଲିକ ହୋଇପାରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧୭ ହଜାରରୁ ୨୨ ହଜାର ମଧ୍ୟରେ ରହିଛି ।

“ଏହାଦ୍ୱାରା ପ୍ରତିଦିନ ୧୫୦ ଲିଟର ଦୁଗ୍ଧ ଉତ୍ପାଦିତ ହୋଇଥାଏ ଏବଂ ଆଖପାଖ ଗ୍ରାମରୁ ୪୦୦ରୁ ୫୦୦ ଲିଟର ଦୁଗ୍ଧ ଖରିଦ କରିଥାଏ । ସେଥିରୁ ପନୀର ବାହାର କରି ସ୍ଥାନୀୟ ବଜାରରେ କିଲୋଗ୍ରାମ ପିଛା ୨୬୦ ଟଙ୍କାରେ ବିକ୍ରି କରିଥାଏ” ବୋଲି ସୌର୍ଯ୍ୟ କୁହନ୍ତି ।

ଆହୁରି ମଧ୍ୟ ସୌର୍ଯ୍ୟ କହିଛନ୍ତି ଯେ, “ଜଣେ ଗୋପାଳକ ଭାବେ ମୁଁ ପ୍ରତିଦିନ ଗାଈ ମାନଙ୍କର ସ୍ୱାସ୍ଥ୍ୟ, ଖାଦ୍ୟ ତଥା ଚାରା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲି । ଏହି ସମସ୍ୟାର ସମାଧାନ କରିବା ପାଇଁ ମୁଁ ବାରମ୍ବାର ବ୍ଲକ୍ ପଶୁ ଚିକିତ୍ସା କାର୍ଯ୍ୟାଳୟକୁ ଦୌଡୁଥିଲି କିନ୍ତୁ ବେଳେବେଳେ ପଶୁ ଚିକିତ୍ସକମାନଙ୍କ ସାକ୍ଷାତ ମଧ୍ୟ ମିଳୁନଥିଲା । ଏହାବ୍ୟତିତ ସାହାର୍ଯ୍ୟ ପାଇଁ ମୁଁ କିଛି ଗୋପାଳକଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲି” ।

ନିକଟ ଅତୀତରେ ମୁଁ ଏକ ଦୈନିକ ସମାଚାର ପତ୍ରରେ ରିଲାଏନ୍ସ ଫାଉଣ୍ଡେସନ୍ ଉପରେ ଏକ ସମାଚାର ପଢିଥିଲେ । ସେଥିରୁ ଏକ ଟୋଲ୍ ଫ୍ରି ନଂ- ୧୮୦୦ ୪୧୯ ୮୮୦୦ ମଧ୍ୟ ପାଇଥିଲି । ପରେ ମୋ ସମସ୍ୟାର ସମାଧାନ ସମ୍ବନ୍ଧରେ କିଛିଟା ତଥ୍ୟ ସେଥିରୁ ପାଇଥିଲି । ଏପରିକି ପଶୁଧନ ଟିକାକରଣ, ପାଣିପାଗ ଓ ରୋଗ ପ୍ରବନ୍ଧନ, ପଶୁ ଶେଡ୍ ପ୍ରବନ୍ଧନ, ସ୍ୱଚ୍ଛ ଦୁଗ୍ଧ ପ୍ରବନ୍ଧନ, ଖାଦ୍ୟ ତଥା ଚାରା ସମ୍ପର୍କ ଏବଂ କୃଷି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ପାଇଥିଲି । ଏହିସବୁ ତଥ୍ୟ ଫଳରେ ମୁଁ ଯେ କେବଳ ମୋ ସମସ୍ୟାର ସମାଧାନ କରିପାରିଲେ ତା’ନୁହେଁ ଏହାଦ୍ୱାରା କିଭଳି ଅଧିକ ରୋଜଗାର କରିପାରିବି, ସେସମ୍ପର୍କରେ ସମ୍ୟକ ଜ୍ଞାନ ମଧ୍ୟ ଆହରଣ କରିଥିଲି ।

ଏହାବ୍ୟତିତ ରିଲାଏନ୍ସ ଫାଉଣ୍ଡେସନର ବୁଲେଟିନରୁ ହାଇବ୍ରିଡ୍ ନୋପିୟର୍ ସମ୍ପର୍କରେ ଜାଣିବାକୁ ପାଇଥିଲି । ଗତ ୨ ବର୍ଷ ହେବ କ୍ଷେତରେ ଏହି ଗଛ ଚାଷ କରିବା ସହ ଏକ ନୂଆ ପ୍ରୟାସ ଆରମ୍ଭ କରିଥିଲି । ଏହାର ଭିଡିଓ ଆଡଭାଇଜରି ମଧ୍ୟ ଜିଓ ଚାର୍ଟ ଚ୍ୟାନେଲରେ ଉପଲବ୍ଧ । ଯାହାଦ୍ୱାରା ଆମେ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଭିଡିଓ ଦେଖି ଜାଣିପାରୁଛୁ । ଏହାବ୍ୟତିତ ସେଥିରୁ ଅନେକ ଜ୍ଞାନ ମଧ୍ୟ ଆହରଣ କରିପାରୁଛୁ।

ମୋତେ ଏବେ ବଜାରରୁ ଆଉ ଚାରା କିଣିବାକୁ ପଡୁନାହିଁ ଓ ଏହାଦ୍ୱାରା ଖୁବ୍ ସହାୟତା ମଧ୍ୟ ମିଳୁଛି । ଏପରିକି ପ୍ରତି ମାସରେ ପ୍ରାୟ ୩୨ ହଜାର ଟଙ୍କାରୁ ୩୬ ହଜାର ଟଙ୍କା ଯାଏଁ ମୁଁ ଆୟ କରିପାରୁଛି ।

“ଏହାବ୍ୟତିତ କିଛି ଗ୍ରାମବାସୀମାନେ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ଗ୍ରହଣ କରୁଛନ୍ତି । ମୁଁ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତି କୃତଜ୍ଞ ରହିବି, ଯିଏ ମୋତେ ଠିକ୍ ସମୟରେ ଠିକ୍ ସୂଚନା ପ୍ରଦାନ କରିଥିବାରୁ ମୋର ଦୈନନ୍ଦିନ ଜୀବନ ସହଜ ହୋଇପାରୁଛି ଏବଂ ରୋଜଗାର ମଧ୍ୟ ଭଲ ହେଉଛି” ବୋଲି ସେ ଅତ୍ୟନ୍ତ ଖୁସିର ସହ କହିଛନ୍ତି ।

Leave A Reply

Your email address will not be published.