Latest Odisha News

BREAKING NEWS

ଅପରାଧୀକ ମାମଲା ସାବ୍ୟସ୍ତ ହେଲା ଅଯୋଗ୍ୟ ଘୋଷିତ ହେବେ ୬୭ଏମପି, ୨୯୬ ବିଧାୟକ

ନୂଆଦିଲ୍ଲୀ: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର)ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୬୭ ଏମପି ଏବଂ ୨୯୬ ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି । ଯଦି ଏଗୁଡିକ ପ୍ରମାଣିତ ହୁଏ ତାହାହେଲେ ଏମାନେ ସମସ୍ତେ ଅଯୋଗ୍ୟ ଘୋଷିତ ହେବେ । ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକସଭା ସଦସ୍ୟ ଏବଂ ୧୯୫୩ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଲେଷଣ କରାଯାଇ ଏଡ୍ରାର ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଲୋକ ପ୍ରତିନିଧି ଅଧିନିୟମର ଧାରା ୮ର ଉପଧାରା(୧), (୨) ଏବଂ (୩) ଅନୁସାରେ ସେମାନଙ୍କୁ ୬ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରାଯାଇପାରେ । ରାଜ୍ୟ ମଧ୍ୟରେ ବିହାରରେ ସର୍ବାଧିକ ୫୪, ଓ କେରଳରେ ୪୨ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.