ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ଟିକାକରଣର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତୃତୀୟ ତରଙ୍ଗର ଆଶଙ୍କା ଥିବାରୁ ଭାରତ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟର ପ୍ରଦତ୍ତ ତଥ୍ୟକୁ ଭିତ୍ତି କରି ଦେଶକୁ ଆଉ ଏକ ଚିନ୍ତା ଘାରିଲାଣି।
ରିପୋର୍ଟରେ କୁହାଯାଇଛି ଯେ ଅତିକମରେ ୧.୬ କୋଟି ଭାରତୀୟ ଏପର୍ଯ୍ୟନ୍ତ ଦ୍ବିତୀୟ ଡୋଜ ଟିକା ଗ୍ରହଣ କରିନାହାନ୍ତି। ପ୍ରଥମ ଡୋଜର ୧୬ ସପ୍ତାହ ପରେ ଦ୍ବିତୀୟ ଡୋଜ ଟିକା ନେବା କଥା। ମେ ୨ ସୁଦ୍ଧା କେତେ ଲୋକ ସେମାନଙ୍କର ପ୍ରଥମ ଡୋଜ ନେଇଛନ୍ତି ଏବଂ କେତେ ଦ୍ବିତୀୟ ଡୋଜ ତାହାର ଆକଳନ କରାଯାଇଥିଲା। ସେଥିରୁ ଯାହା ଜଣାପଡ଼ିଛି ଦେଶରେ ଏପର୍ଯ୍ୟନ୍ତ ୧.୬ କୋଟି ଲୋକ ଦ୍ବିତୀୟ ଡୋଜ ଟିକା ନେଇନାହାନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ୧୨ ସପ୍ତାହ ପରେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକା ପାଇଁ ଯୋଗ୍ୟ ଏବଂ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକାକରଣ ହୋଇନଥିବା ଲୋକଙ୍କ ସଂଖ୍ୟା ହେଉଛି ୩.୯ କୋଟି। ତଥ୍ୟ ଅନୁଯାୟୀ, ମୋଟ ୧୨.୮ କୋଟି ଲୋକଙ୍କ ମଧ୍ୟରୁ କେବଳ ୧୧.୨ କୋଟି ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି।