Latest Odisha News

BREAKING NEWS

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସ୍ୱୀକୃତି ମିଳିବ ନା ବ୍ୟାନ୍‌ କରାଯିବ; ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଶାସନ ସମ୍ପର୍କରେ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀ ଦେଶମାନେ ଆଜି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ତାଲିବାନକୁ ବିଶ୍ୱରେ ପୃଥକ୍‌ କରାଯିବ ନା ଏହାକୁ ସ୍ୱୀକୃତି ଦିଆଯିବ ଏ ନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇପାରେ।

ଆଜି ଜୋ ବାଇଡେନ ଜି-୭ ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିପାରନ୍ତି। ଇଉରୋପୀୟ କୂଟନୀତିଜ୍ଞ କହିଛନ୍ତି ଯେ ଜି-୭ ନେତାମାନେ ଏହି ସଭାରେ ତାଲିବାନକୁ ସ୍ୱୀକୃତି ଦେବେ କି ନାହିଁ ତାହା ସ୍ଥିର କରିବେ।

ଅଗଷ୍ଟ ୧୫ରେ ତାଲିବାନ ଦ୍ୱାରା ହଠାତ୍ ଆଫଗାନିସ୍ତାନକୁ କବ୍‌ଜା କରିବା ପ୍ରସଙ୍ଗ ଆମେରିକା ସମେତ ଅନ୍ୟ ସହଯୋଗୀ ଦେଶମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତାଲିବାନ ଦାୟିତ୍ବ ଗ୍ରହଣ କରିବା ପରଠାରୁ ପ୍ରତିଦିନ ହଜାର ହଜାର ଲୋକ ଆଫଗାନିସ୍ତାନ ଦେଶ ଛାଡି ପଳାୟନ କରୁଛନ୍ତି। କୌଣସି ପ୍ରକାରେ ସେମାନଙ୍କ ଲୋକଙ୍କୁ କାବୁଲରୁ ବାହାର କରିବା ଉପରେ ଧ୍ୟାନ ଦେଉଛନ୍ତି।

ଜି-୭ ଦେଶଗୁଡ଼ିକରେ ଆମେରିକା, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, କାନାଡା ଏବଂ ଜାପାନ ଅନ୍ତର୍ଭୁକ୍ତ। ଏହି ବୈଠକରେ ତାଲିବାନକୁ ସରକାରୀ ମାନ୍ୟତା ପ୍ରଦାନ କରାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯାଇପାରେ। ଏହା ବ୍ୟତୀତ ତାଲିବାନକୁ ମହିଳା ଅଧିକାର ଏବଂ ଆନ୍ତର୍ଜାତୀୟ ନିୟମ ମାନିବାକୁ ବାଧ୍ୟ କରିବାକୁ କେତେକ ପ୍ରତିବନ୍ଧକ ସହମତ ହୋଇପାରେ ବୋଲି ସୂତ୍ରରୁ ପ୍ରକଶ।

Leave A Reply

Your email address will not be published.