Latest Odisha News

BREAKING NEWS

ବାର୍ଷିକ ବଜେଟର ୩୭ % ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶ ଏବେ ଚାଲିଥିବା ବେଳେ ଆଜି ବଜେଟ୍ ସମ୍ପର୍କରେ ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ପ୍ରଶ୍ନର ଉତ୍ତରଦେଇ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ବାର୍ଷିକ ବଜେଟର ୩୭ ପ୍ରତିଶତ ଖର୍ଚ୍ଚ ହୋଇପାରିଛି ।

ରାଜ୍ୟ ବିଧାନସଭାରେ ଏକ ବିବୃତ୍ତି ପ୍ରଦାନ କରି ସୋମବାର ଦିନ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ସମୁଦାୟ ୧,୪୬,୬୦୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୫୩,୨୬୫ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।

ମନ୍ତ୍ରୀ ଏସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି ଯେ, ଏହିବର୍ଷ ନିର୍ବାଚନ ଆଚରଣ ବିଧି ତଥା ବାତ୍ୟା ଯୋଗୁଁ ବଜେଟ ଅର୍ଥ ଏପର୍ଯ୍ୟନ୍ତ ଯେତିକି ଖର୍ଚ୍ଚ ହେବା କଥା ହୋଇପାରିନାହିଁ । ତେଣୁ ଏହି ବଳକା ଅର୍ଥ ଆଗାମୀ ୩ ମାସ ମଧ୍ୟରେ ଅଧିକ ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ରାଜ୍ୟ ସରକାର ଆସନ୍ତା ଡ଼ିସେମ୍ବର ଶେଷ ସୁଦ୍ଧା ବଜେଟର ୬୦ ପ୍ରତିଶତ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.